Jump to content

User:Soumya shephalika/sandbox

From Wikipedia, the free encyclopedia
               ଗାଁ ଟା ନାଁ ଜାଙ୍ଗେଡ
                      
                     ଲେଖିକା ସୌମ୍ୟା ଶେଫାଳିକା ମିଶ୍ର

ସୁନ୍ଦର ଶସ୍ୟ ଶ୍ୟାମଳା ଏଇ ଭାରତବର୍ଷ ର ବୁକୁ ରେ ରହିଛି ଗୋଟେ ଛୋଟିଆ ଗାଁ ଟା, ନା ଟି ତାର ଜାଙ୍ଗେଡ l ଗାଁ ଟା ଓଡିଶା ର ଧନୁଯାତ୍ରା ପାଇଁ ପ୍ରସିଦ୍ଧ ବରଗଡ ଜିଲ୍ଲା ରେ ଅବସ୍ଥିତ l ଗ୍ରାମର ସୁନ୍ଦର ପରିବେଶ ଉପରେ ଆସନ୍ତୁ ଦୃଷ୍ଟି ଆକର୍ଷଣ କରିବା l

                ଗ୍ରାମ ର ପାଠଶାଳା

ଗ୍ରାମ ରେ ଏକ ସରକାରୀ ବିଦ୍ୟାଳୟ ( ପ୍ରଥମ ରୁ ଅଷ୍ଟମ ପାଇଁ ) ଅଛି, ଯାହାକି ନିଜର ଉତ୍କୃଷ୍ଟ ପାଠ ପଢା ପାଇଁ ଅଞ୍ଚଳ ରେ ସୁପ୍ରତିଷ୍ଠିତ l ପ୍ରତିବର୍ଷ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବୃତ୍ତି, ପଠାଣି ସାମନ୍ତ ଗଣିତ ପରୀକ୍ଷା, ନବୋଦୟ ଭଳିଆ ପ୍ରତିଯୋଗିତା ମୂଳକ ପରୀକ୍ଷା ରେ କୃତକାର୍ଯ୍ୟ ହୁଅନ୍ତି l ତା ସହିତ ବିଜ୍ଞାନ ମେଳା, ଖେଳ ପ୍ରତିଯୋଗିତା ଇତ୍ୟାଦି ରେ ମଧ୍ୟ ଶିକ୍ଷାର୍ଥୀ ମାନେ ଉତ୍ତମ ପ୍ରଦର୍ଶନ କରନ୍ତି l ଏହାରି ପଛରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅଗାଧ ପରିଶ୍ରମ ତଥା ନିଜ କର୍ମ ପ୍ରତି ସମର୍ପଣ ଭାବ ପାଇଁ ସ୍କୁଲ ଟି ଏତେ ଉନ୍ନତି କରି ପାରିଛି l ଗ୍ରାମ ରେ ଏକ ହାଇସ୍କୁଲ ମଧ୍ୟ ଅଛି ଯେଉଁଥିରେ ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ରହିଛି l ଏହି ସ୍କୁଲ ରେ ମଧ୍ୟ ପିଲାମାନେ ମାଟ୍ରିକ ରେ ଭଲ ପ୍ରଦର୍ଶନ କରି ଗାଁ ଏବଂ ମାତା ପିତାଙ୍କ ମାନ ରଖନ୍ତି l ଗ୍ରାମ ରେ ପିଲାମାନଙ୍କ ପଢ଼ା ସହିତ ଯେପରି ସର୍ବାଙ୍ଗୀନ ବିକାଶ ହେବ ତା ପ୍ରତି ସମସ୍ତେ ଧ୍ୟାନ ଦିୟନ୍ତି l

                 ଗାଁ ର ମନ୍ଦିର

ଗାଁ ରେ ଏକ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ଅଛି, ଯେଉଁଠି ମା ସୁଭଦ୍ରା ଆଉ ଭ୍ରାତା ବଳଦେବଙ୍କ ସହ ମହାପ୍ରଭୁ କାଳିଆ ଠାକୁର ବିରାଜମାନ କରିଛନ୍ତି l ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସକାଳୁ ପୂଜା ପାଠ କରାଯାଏ l ସନ୍ଧ୍ୟା ସମୟରେ ଗାଁ ର ମହିଳା ଏବଂ ପୁରୁଷ ମାନେ ଭଗବାନଙ୍କ ଭଜନ ତଥା ଭାଗବତ ଚର୍ଚ୍ଚା କରି ପ୍ରଭୁଙ୍କୁ ଆରାଧନା କରନ୍ତି l ଗାଁରେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମଧ୍ୟ ଏକ ମନ୍ଦିର ରହିଛି l ଶ୍ରଦ୍ଧାଳୁ ମାନେ ମାଙ୍କ ଠାରେ ସମସ୍ତେ ଖୁସିରେ ଥାନ୍ତୁ କହି ଗୁହାରି କରନ୍ତି l

                ଗାଁ ର ପର୍ବପର୍ବାଣୀ

ଗ୍ରାମରେ ସମସ୍ତ ଲୋକ ମିଳିମିଶି ସମସ୍ତ ପ୍ରକାର ପର୍ବପର୍ବାଣୀ ପାଳନ କରନ୍ତି l ଯେପରିକି ଦୀପାବଳି, ହୋଲି, ନୂଆଖାଇ ଇତ୍ୟାଦି ଆବାଳବୃଦ୍ଧବନିତା ହସଖୁସିରେ ପାଳନ କରନ୍ତି l

ଗାଁ ଟା ଛୋଟିଆ ହେଲେ ବି ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଅଛି l ତାହା ହସ୍ପିଟାଲ ହେଉ ବା ବିଦ୍ୟାଳୟ ହେଉ,ଖେଳପଡିଆ ହେଉ କି ବଜାର ହେଉ ଏ ସବୁ ଜିନିଷ ପାଇଁ ଏଠାରେ ସବୁ ସୁବିଧା ରହିଛି l ଲୋକ ମାନେ ଗ୍ରାମରେ ଶାନ୍ତିରେ ଜୀବନଯାପନ କରିପାରନ୍ତି l